କଙ୍ଗନା ଓ ତାଙ୍କ ଭଉଣୀଙ୍କୁ ସମନ ଜାରି କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରନାୱତଙ୍କୁ ମୁମ୍ବାଇ ପୁଲିସ ତୃତୀୟ ଥର ପାଇଁ ସମନ ଜାରି କରିଛି। କଙ୍ଗନାଙ୍କ ସହ ତାଙ୍କ ଭଉଣୀ ରଙ୍ଗୋଲୀ ଚଣ୍ଡେଲଙ୍କୁ ମଧ୍ୟ ମୁମ୍ବାଇ ପୁଲିସ ପଚରା ଉଚୁରା କରିବ। କଙ୍ଗନାଙ୍କୁ ନଭେମ୍ବର ୨୩ ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ନଭେମ୍ବର ୨୪ରେ ହାଜିର ହେବାକୁ କୁହାଯାଇଛି। ଉଭୟଙ୍କ ଉପରେ ଟ୍ୱିଟରରେ ଘୃଣାଭାବ ବଢ଼ାଉଥିବା ମାମଲା ରୁଜୁ କରାଯାଇଛି।

କଙ୍ଗନାଙ୍କୁ ଏହାପୂର୍ବରୁ ମୁମ୍ବାଇ ପୁଲିସ ସମନ ପଠାଇଥିଲେ ମଧ୍ୟ ସେ ଭାଇ ବିବାହର କାରଣ ଦର୍ଶାଇ ଆସିନଥିଲେ। ଓକିଲ କାଶୀଫ ଅଲ୍ଲୀ ଖାନ୍ ଗତ ମାସ ଅନେ୍ଧରୀ କୋର୍ଟରେ କଙ୍ଗନା ଓ ରଙ୍ଗୋଲୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। କାଶିଫ ଧାରା ୧୨୧, ୧୨୧ଏ, ୧୨୪ଏ, ୧୫୩ଏ, ୧୫୩ବି, ୨୯୫ଏ, ୨୯୮ ଓ ୫୦୫ ଅନ୍ତର୍ଗତ ମାମଲା ଦାୟର ହୋଇଛି।

ଚନାଯୋଗ୍ୟ, କଙ୍ଗନା ଭାରତର ବିଭିନ୍ନ ସମୁଦାୟ, ଆଇନ ଓ ଅଧିକୃତ ସରକାରୀ ଅଂଶର କୌଣସି ସମ୍ମାନ କରନ୍ତି ନାହିଁ ବୋଲି ଅଭିଯୋଗ ହୋଇଛି। ସେ ନ୍ୟାୟପାଳିକାର ମଧ୍ୟ ମଜାକ ଉଡ଼ାଇଛନ୍ତି। ଅନେ୍ଧରୀ କୋର୍ଟରେ କଙ୍ଗନା ଓ ରଙ୍ଗୋଲୀଙ୍କ ବିରୁଦ୍ଧରେ ଓକିଲ କାଶୀଫ ଦେଶରେ ଧର୍ମକୁ ସାମ୍ପ୍ରଦାୟିକତା ସୃଷ୍ଟି କରିଥିବା ନେଇ ଆରୋପ ଲଗାଇଥିଲେ। ଏହି ମାମଲାକୁ କେନ୍ଦ୍ର କରି ଅନେ୍ଧରୀ କୋର୍ଟ ଅକ୍ଟୋବର ୨୯ରେ ଶୁଣାଣୀ କରିଥିଲେ।