ଏଣିକି କରୋନା ଆକ୍ରାନ୍ତଙ୍କ ଘର ସାମ୍ନାରେ ଆଉ ଲାଗିବ ନାହିଁ ପୋଷ୍ଟର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି କରୋନା ଆକ୍ରାନ୍ତଙ୍କ ଘର ସାମ୍ନାରେ ଆଉ ଲାଗିବ ନାହିଁ ପୋଷ୍ଟର। ଯେଉଁମାନେ ଘରୋଇ ସଂଗରୋଧରେ ରହୁଥିଲେ, ସେମାନଙ୍କ ଘର ସାମ୍ନାରେ ବିଏମସି ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୋଷ୍ଟର ଲଗାଯାଉଥିଲା। କିନ୍ତୁ ଏବେ ଯେଉଁମାନେ ସଙ୍ଗରୋଧରେ ରହିବେ, ସେମାନଙ୍କ ଘର ସାମ୍ନାରେ ପୋଷ୍ଟର ଲାଗିବ ନାହିଁ ବୋଲି ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର । ରାଜ୍ୟରେ ଦ୍ରୁତଗତିରେ କୋଭିଡ ଆକ୍ରାନ୍ତ ହ୍ରାସ ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ପ୍ରଦୀପ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।