ରାଜ୍ୟରେ ଆଜି ସୁସ୍ଥହେଲେ ୬୬୦ କରୋନା ଆକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୩୧୩୩୯୪କୁ ବୃଦ୍ଧି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୧୩୩୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ଆଜି ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୫୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୫୪, ସୁନ୍ଦରଗଡରୁ ୪୬, ବଲାଙ୍ଗିରରୁ ୪୨, ଜଗତସିଂହପୁରରୁ ୩୯, ବାଲଶ୍ୱରରୁ ୩୮, କଟକରୁ ୩୮, କେନ୍ଦୁଝରରୁ ୩୭, ଝାରସୁଗୁଡାରୁ ୨୮, କେନ୍ଦ୍ରାପଡାରୁ ୨୬, ନୂଆପଡାରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୩, ବରଗଡରୁ ୧୭, ଯାଜପୁରରୁ ୧୭, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରିରୁ ୮, ନବରଙ୍ଗପୁରରୁ ୮, ଦେବଗଡ, କୋରାପୁଟ, ରାୟଗଡା, ଗଞ୍ଜାମରୁ ୪ଜଣ ଲେଖାଏଁ, କନ୍ଧମାଳରୁ ୩, ନୟାଗଡରୁ ୩, ଗଜପତିରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।