ରାଜ୍ୟରେ ୧୦,୦୩୬ କରୋନା ରୋଗୀ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୦ହଜାର ୩୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୫ଲକ୍ଷ ୪୬ହଜାର ୬୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧, ସୁନ୍ଦରଗଡ଼ରୁ ୮୧୪, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଞ୍ଜାମରୁ ୩୬୬, ନବରଙ୍ଗପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ଝାରସୁଗୁଡ଼ାରୁ ୩୩୪, ସମ୍ବଲପୁରରୁ ୩୦୦, ଷ୍ଟେଟପୋଲରୁ ୨୭୧, ଭଦ୍ରକ ଜିଲ୍ଲାରୁ ୨୫୦ଜଣ ରହିଛନ୍ତି। ସେହିପରି ନୟାଗଡ଼ରୁ ୨୪୫, ଢେଙ୍କାନାଳରୁ ୨୩୬, ବାଲେଶ୍ୱରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡ଼ାରୁ ୨୦୨, ରାୟଗଡ଼ାରୁ ୧୯୯, କେଉଁଝରରୁ ୧୮୬, ମୟୂରଭଞ୍ଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୋନପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୧, ଦେଓଗଡ଼ରୁ ୧୩୮, କୋରାପୁଟରୁ ୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫ ଓ ମାଲକାନଗିରି ଜିଲ୍ଲାରୁ ୮୩ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୪ହଜାର ୪୦୧ ହୋଇଥିବାବେଳେ ୫ଲକ୍ଷ ୪୬ହଜାର ୬୩୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୩୭୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୫ହଜାର ୩୩୯ଜଣ ଚିକିତ୍ସିତ ହେଉଛନ୍ତି।