ପାଟଣା: ବିହାର ମୁଖ୍ୟମନ୍ତ୍ରୀ ଭାବେ ଆଜି ନୀତିଶ କୁମାର ଶପଥ ନେଇଛନ୍ତି । ଏହି ଅବସରରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀ ପାର୍ଟି ଏକଜୁଟ ହେବାକୁ ନୀତିଶ ଆହ୍ୱାନ ଦେଇଛନ୍ତି ।
ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ୨୦୧୪ରେ ଯିଏ ଆସିଲେ ସିଏ ୨୦୨୪ରେ ଜିତିପାରିବେ ତ? ୨୦୨୪କୁ ନେଇ ସେ ଚିନ୍ତା କରିବା ଉଚିତ । ମୁଁ ପ୍ରଧାନମନ୍ତ୍ରୀ ପଦର ଦୌଡ଼ରେ ନାହିଁ । ବିଧାନସଭା ନିର୍ବାଚନ ପରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲି ।
ସୂଚନାଯୋଗ୍ୟ, ଦିନକ ପୂର୍ବରୁ ନୀତିଶ କୁମାର ଏନଡିଏ ମହାମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ପରେ ଆେଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି ରାଜ୍ୟପାଳ ଫଗୁ ଚୌହାନଙ୍କ ସମ୍ମୁଖରେ ସରକାର ଗଢ଼ିବାକୁ ନେଇ ଦାବି ରଖିଥିଲେ ।