ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ: ଦେଶରେ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଏବେ ନୀତି ଆୟୋଗ କାର୍ଯ୍ୟାଳରେ ପହଁଚିଯାଇଛି। କାରଣ ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ଏବେ ଦିଲ୍ଲୀସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟକୁ ୨ଦିନ ପାଇଁ ସିଲ୍ କରି ଦିଆଯାଇଛି। ଏହା ସହ କାର୍ଯ୍ୟାଳୟକୁ ସଂକ୍ରମଣମୁକ୍ତ କରିବା ପାଇଁ ସାନିଟାଇଜ କରାଯିବା ସହ ସମସ୍ତ ପ୍ରୋଟୋକଲ ପାଳନ କରାଯାଉଛି।