ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରିରେ ଘୋଷଣା ହେଲା ନାଇଟ କର୍ଫ୍ୟୁ। ମାର୍ଚ୍ଚ ୨୩ ରାତି ୯ଟାରୁ ୩୧ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ । ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ୩୧ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ କର୍ଫ୍ୟୁ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହାସହ ସର୍ବସାଧାରଣରେ ଦୋଳ, ହୋଲି ପର୍ବ ପାଳନ ମନା। କୋଭିଡ ଗାଇଡ ଲାଇନ ମାନି ୫୦ ଜଣ ଲୋକଙ୍କ ମଧ୍ୟରେ ପାଳନ ହେବ ଦୋଳ ମେଳଣ। ବଡ ଯାତ୍ରାରେ ମାତ୍ର ୨୦୦ ଲୋକ ସାମିଲ ହୋଇପାରିବେ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।