୭ ରାଜ୍ୟର ୫୩ ଜାଗାରେ ଏନଆଇଏ ରେଡ୍‌

ନୂଆଦିଲ୍ଲୀ: ଦେଶର ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର-ଡ୍ରଗ ତସ୍କରି ଧ୍ୱସ୍ତ କରିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ଦେଶର ୭ଟି ରାଜ୍ୟରେ ରେଡ୍ ମାରିଛି । ଏନଆଇଏ ତରଫରୁ କରାଯାଇଥିବା ରେଡରେ ଅନେକ ଲୋକଙ୍କୁ ହେପାଜତରେ ନିଆଯାଇଛି । ସକାଳୁ ଆରମ୍ଭ ହୋଇଥିବା ଏହି ରେଡରେ ଏନଆଇଏ ୫୩ ଜାଗାରେ ରେଡ୍ ମାରି ହଥିୟାର ଓ ଗୋଳାବାରୁଦ ଜବତ କରିଛି ।

କାନାଡାରେ ମହଜୁଦ ଥିବା ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଅର୍ଶ ଡଲ୍ଲା, ଲୋରେନ୍ସ ବିସ୍ନୋଇ ଓ ସୁଖା ଦୁନେକେ ଭଳି ଗ୍ୟାଙ୍ଗଷ୍ଟାରଙ୍କ ଠିକଣାରେ ଏଆଇଏ ରେଡ ମାରିଛି । ଏହି ୭ ରାଜ୍ୟରେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ୟୁପି, ରାଜସ୍ଥାନ ଓ ଉତ୍ତରାଖଣ୍ଡ ସମେତ କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡିଗଡ଼ ସାମିଲ ରହିଛି ।