ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଏହାମଧ୍ୟରେ ମାରାତ୍ମକ କୋଭିଡ-୧୯ ଭାଇରସ ନୂଆ ରୂପ ବଦଳାଉଛି। ଏହି ପରି ଭୂତାଣୁର ଆଉ ଏକ ନୂଆ ରୂପ ସାମ୍ନାକୁ ଆସିଛି। ଏହା ହେଉଛି ବି-୧.୬୨୧। ଏହାକୁ ଏମୟୁ ବା ‘ମୁ’ ବୋଲି କୁହାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର କହିବାନୁସାରେ, ନୂଆ ଭାରିଆଣ୍ଟ୍ ବାବଦରେ ଅଧିକ ଗବେଷଣା ଜାରି ରହିଛି। ଏହା ଅଧିକ କ୍ଷୀପ୍ରରେ ବ୍ୟାପୁଛି। ଫଳରେ ପୁଣି ଥରେ ଆଉ ଏକ ଲହର ଆସିବା ନେଇ ସମ୍ଭାବନା ବଢିଚାଲିଛି।
ଡବଲ୍ୟୁଏଚଓ ଆହୁରି ମଧ୍ୟ କହିଛି ଯେ, ନୂଆ ଭାରିଆଣ୍ଟ ଭାକସିନର ପ୍ରଭାବକୁ ଅକାମି କରିଦେଇପାରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି । ଯାହା ଡେସଟା ଭାରିଆଣ୍ଟଠୁ ଘାତକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ସାର୍ସ-କୋଭିଡ-୨ ଭାଇରସ ଅନେକ ଥର ମ୍ୟୁଟେସନ ହୋଇଛି। କିଛି ମ୍ୟୁଟାଣ୍ଟର ପ୍ରଭାବ କମ୍ ଥିବା ବେଳେ ଆଉ କିଛି ଅଧିକ ଘାତକ ଅଟେ। କରୋନା ଆଲଫା ଭାରିଆଣ୍ଟ ୧୯୩ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଡେଲଟା ଭାରିଆଣ୍ଟ ୧୭୦ ଦେଶରେ ବିଭୀଷିକା ସୃଷ୍ଟି କରିଛି।
ଏବେ ଏମୟୁ ଭାରିଆଣ୍ଟ୍ କଲମ୍ବିଆରେ ଚିହ୍ନଟ ହୋଇଛି। ଦକ୍ଷିଣ ଆଫ୍ରିକାର କିଛି ଦେଶ ସହ ୟୁରୋପର କିଛି ସ୍ଥାନରେ ମଧ୍ୟ ନୂଆ ଭାରିଆଣ୍ଟ ଠାବ ହୋଇଛି।