Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୦୦ ଦିନରେ ଏନଡିଏ ସରକାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୦୦ ଦିନରେ ଏନଡିଏ ସରକାର

ଏନଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୨ୟ ଟର୍ମର ୧୦୦ ଦିନ ଇତି ମଧ୍ୟରେ ପୂରଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରୋହତକ୍ ଠାରେ ଆୟୋଜିତ ନିର୍ବାଚନ ରାଲିରେ ଯୋଗଦେଇ କେନ୍ଦ୍ର ସରକାର ନେଇଥିବା ଗତ ୧୦୦ ଦିନର ପଦକ୍ଷେପ ପ୍ରକାଶ କରିଛନ୍ତି।

ସେ କହିଥିଲେ ଯେ, କେନ୍ଦ୍ର ସରକାର ରାଷ୍ଟ୍ର ସୁରକ୍ଷା ଓ କୃଷି କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଗତ ୧୦୦ ମଧ୍ୟରେ ଯାହାବି କିଛି ନିଷ୍ପତ୍ତି ହୋଇଛି, ତାହା ପଛରେ ୧୩୦ କୋଟି ଭାରତୀୟଙ୍କ ସ୍ୱାର୍ଥ ରହିଛି।

ସେହିପରି ନିଜର ଦ୍ୱିତୀୟ ଇନିଂସ୍ରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ନିଷ୍ପତ୍ତି ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ବୈଠକରେ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ‘ଜନ କନେକ୍ଟ’ ନାମକ ଏକ ପୁସ୍ତିକାକୁ ଉନ୍ମୋଚନ କରିବାସହ ‘ବିକାଶ ପଥେ ଭାରତ-୧୦୦ ଦିନର ଦୃଢ଼ ପଦକ୍ଷେପ ଓ ନିର୍ଣ୍ଣାୟ ନିଷ୍ପତ୍ତି’ ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିଥିଲେ।

ଜମ୍ମୁ-କଶ୍ମୀର ଓ ଲଦାଖ-ଭାରତର ମୁକୁଟ, ୫ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବା ପାଇଁ ବ୍ୟାପକ ଅର୍ଥନୈତିକ ସଂସ୍କାର, ବ୍ୟବସାୟିକ ସୁଗମତା, ସମାଜର ସବୁବର୍ଗଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା, ସମସ୍ତଙ୍କର ସଶକ୍ତିକରଣ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ଜଳସୁରକ୍ଷା କ୍ଷେତ୍ରରେ ନେତୃତ୍ୱ ଆଦି ପୁସ୍ତକରେ ସ୍ଥାନିତ ହୋଇଛି।

ସେହିପରି ଭାରତକୁ ସୁରକ୍ଷା ପ୍ରଦାନ କରୁଥିବା ଲୋକଙ୍କ ପ୍ରତି ଉତ୍ସର୍ଗ ସରକାରଙ୍କ ପ୍ରଥମ ନିଷ୍ପତ୍ତି, ଉଚ୍ଚଶିକ୍ଷା ଭିତ୍ତିଭୂମି ଉପରେ ଗୁରୁତ୍ୱ, ଆବିଷ୍କାର ସୋପାନରେ, ସୁରକ୍ଷା ଓ ପ୍ରତିରକ୍ଷାକ୍ଷେତ୍ର, ମୋଦୀ ସରକାରଙ୍କ କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା, ବିଶ୍ୱସ୍ତରରେ ଭାରତର ସମ୍ମାନରେ ବୃଦ୍ଧି, ବୈଷୟିକ କାର୍ଯ୍ୟକ୍ରମରେ ଭାରତର ଉନ୍ନତି, ଜି-୨୦ରେ ପ୍ରଧାନମନ୍ତ୍ରୀ ମୋଦୀ, ପଡୋଶୀଙ୍କ ସହିତ ସମ୍ପର୍କରେ ବୃଦ୍ଧି, ବିଶ୍ୱସ୍ତରରେ ଭାରତର ପ୍ରଭାବବୃଦ୍ଧି, ଜି-୭ ସମ୍ମିଳନୀ, ରୁଷ ସହ ସମ୍ପର୍କ ଦୃଢ଼ୀକରଣ, ଉତ୍ତର-ପୂର୍ବାଞ୍ଚଳର ବିକାଶ, ନାଗରିକଙ୍କ ସ୍ୱର ଆଦି ବିଷୟଏହି ପୁସ୍ତିକାରେ ରହିଛି।