ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ତଥା ଏନସିଏମସିର କ୍ୟାବିନେଟ ସଚିବ ରାଜିଭ ଗ୍ୱାବାଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନଙ୍କ ସହ ବାତ୍ୟା ‘ୟାସ’ର ମୁକାବିଲା ନେଇ ବୈଠକ ହୋଇଛି।
ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି କି ଆସନ୍ତା ୨୬ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳକୁ ଛୁଇଁବ ବାତ୍ୟା। ଏହି ସମୟରେ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବ। ଏଥିସହିତ ଓଡ଼ିଶା ଓ ପଶ୍ଚିବଙ୍ଗର ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏନେଇ ଏନଡିଆରଏଫର ୬୫ଟି ଟିମ୍ ଉଭୟ ରାଜ୍ୟରେ ନିୟୋଜିତ ହେବା ସହିତ ୨୦ଟି ଟିମ୍ ଅପେକ୍ଷାରେ ଅଛନ୍ତି। ଏଥିସହିତ ଉଦ୍ଧାର ଓ ରିଲିଫ୍ ପାଇଁ ଆର୍ମି, ନେଭି ଓ କୋଷ୍ଟ ଗାର୍ଡର ସିପ୍ ଓ ଏୟାରକ୍ରାଫ୍ଟ ନିୟୋଜିତ କରାଯାଇଛି। ଏ ସମ୍ପର୍କରେ ଏନସିଏମସି ସୂଚନା ଦେଇଛି।