ବଲିଉଡ ବାଦଶାହଙ୍କ ପୁଅକୁ ଗିରଫ କଲା ଏନସିବି

ମୁମ୍ବାଇ,ଏଜେନ୍ସି: ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟ୍ୟନ ଖାନ ଗିରଫ। ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ଶେଷରେ ଆର୍ୟ୍ୟନଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜରେ ଚଢାଉ କରିଥିଲା ଏନସିବି। ଏଥିରେ ଥିବା ୮ ଜଣଙ୍କୁ ଅଟକ ରଖିଥିଲା ଏନସିବି।

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ନେତୃତ୍ବରେ କ୍ରୁଜରେ ଶନିବାର ବିଳମ୍ବିତ ରାତିରେ ଚଢଉ ହୋଇଥିଲା। ଏହି ସମୟପରେ ଡ୍ରଗ୍ସ ଜବତ କରିଥିଲା ଏନସିବି। କ୍ରୁଜଟି ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମୁମ୍ବାଇରୁ ବାହାରିବା ମାତ୍ରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା।

ଖବର ପାଇ ଏନସିବି ଟିମ ପୂର୍ବରୁ କ୍ରୁଜ ଉପରେ ନଜର ରଖିଥିଲା। ଚଢଉରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବନ୍ଦ କରିଦିଆଯାଇଥିଲା। ରେଡ ଶେଷ ନହେବା ପର୍ୟ୍ୟନ୍ତ ସମସ୍ତ ଅଧିକାରୀଙ୍କ ଫୋନ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଥିଲା। ୪ ପ୍ରକାର ଡ୍ରଗ୍ସ ଜବତ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।

ଏନସିବି ଜେରା ସମୟରେ ପାର୍ଟିର ଗେଷ୍ଟ୍‌ ହୋଇ ପହଞ୍ଚିଥିଲେ ବୋଲି ନିଜ ପକ୍ଷ ରଖିଛନ୍ତି ଆର୍ୟ୍ୟନ। ପାର୍ଟିରେ ସାମିଲ ହେବା ପାଇଁ ସେ କୌଣସି ଟଙ୍କା ଦେଇନଥିବା ସଫେଇ ଦେଇଛନ୍ତି।