ଭୁବନେଶ୍ବର,ଏନ୍ଏନ୍ଏସ୍: ସ୍ବିଜରଲାଣ୍ଡର ବାସେଲରେ ଖେଳାଯାଉଥିବା ସ୍ବିସ ଓପନ ସୁପର ୩୦୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଟାଇଟେଲ ବିଜେତା ହୋଇଛନ୍ତି ଦୁଇ ଥରର ଅଲମ୍ପିକ ପଦକ ବିଜେତା ଭାରତୀୟ ସର୍ଟଲର ପିଭି ସିନ୍ଧୁ। ମହିଳା ସିଙ୍ଗଲ୍ସ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ସିଧାସଳଖ ସେଟ୍ରେ ହରାଇ ଚାମ୍ପିୟନ ହୋଇଛନ୍ତି ସିନ୍ଧୁ। ଏହି ଚାମ୍ପିୟନ ପ୍ରଦର୍ଶନ ପାଇଁ ସିନ୍ଧୁଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ରନର୍ସଅପ ହୋଇଥିଲା ଏଚ ଏସ ପ୍ରଣୟଙ୍କୁ ମଧ୍ୟ ନବୀନ ଶୁଭେଚ୍ଛା ଜଣାଇଛନ୍ତି।