କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ପୁରୀ ରଥଯାତ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଙ୍କଟ ମଧ୍ୟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଛି। କିନ୍ତୁ ସୁପ୍ରିମକୋର୍ଟ ଜାରି କରିଥିବା ସମସ୍ତ ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିବ। ପାଖାପାଖି ୨୫୦୦ ବର୍ଷ ପୁରୁଣା ରଥଯାତ୍ରାରେ ଇତିହାସର ପ୍ରଥମଥର ପାଇଁ ବିନା ଭକ୍ତରେ ମହାପ୍ରଭୁ ରଥରେ ବିଜେ ହେବେ। ଆଉ ଏଥର ମାତ୍ର ୫୦୦ ଲୋକଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି। ରଥଯାତ୍ରା ପୂର୍ବରୁ ପୁରୀ ସହରକୁ ସମ୍ପୂର୍ଣ୍ଣ ରୂପେ ସଟଡାଉନ କରି ଆଜି ସକାଳୁ ସମସ୍ତ ରୀତିନୀତି ଆରମ୍ଭ ହୋଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ରଥଯାତ୍ରା ପରମ୍ପରା ଅନୁସାରେ ଆଗେଇ ଚାଲିଛି। ତାଳଧ୍ୱଜରେ ରାମକୃଷ୍ଣ, ନନ୍ଦିଘୋଷରେ ମଦନମୋହନ ଓ ଦର୍ପଦଳନରେ ଶ୍ରୀ ସୁଦର୍ଶନ ବିଜେ ହୋଇଛନ୍ତି। ଗୁଣ୍ଡିଚା ଘରକୁ ଯାତ୍ରା ଲାଗି ତିନି ଠାକୁର ପ୍ରସ୍ତୁତ ହୋଇଗଲେଣି। ଛେରାପହଁରା ନୀତି ୧୧ଟା ୩୦ରେ ହେବା ପରେ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ ହେବ।