ଜାତୀୟ କ୍ରୀଡା ୨୦୨୨: ରୌପ୍ୟ ଜିତିଲା ଓଡିଶା ମହିଳା ଫୁଟବଲ ଦଳ

ଭୁବନେଶ୍ବର,ଏନ୍ଏନ୍ଏସ୍: ଗୁଜୁରାଟ ଅହମ୍ମଦାବାଦରେ ଚାଲିଥିବା ୩୬ ତମ ଜାତୀୟ କ୍ରୀଡାରେ ଓଡିଶାର ଭଲ ପ୍ରଦର୍ଶନ ରହିଛି । ଫୁଟବଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଥିବା ମହିଳା ପୁଟବଲ ଦଳ ରୌପ୍ୟ ପଦକ ଜିତିଛି । ଫାଇନାଲ ମୁକାବିଲାରେ ମଣିପୁରଠୁ ୨-୦ରେ ପରାସ୍ତ ହୋଇ ଦଳ ରୌପ୍ୟ ଜିତିଛି ।

ମ୍ୟାଚର ୧୦ ମିନିଟରେ ମଣିପୁର ପକ୍ଷରୁ ବାଲାଦେବୀ ପ୍ରଥମ ଗୋଲ କରିଥିଲେ। ୩୭ ତମ ମିନିଟରେ ରତ୍ନବାଳା ଦେବୀ ଦ୍ବିତୀୟ ଗୋଲ ଦେଶ ଦଳକୁ ୨-୦ରେ ଆଗୁଆ କରିଥିଲେ । ଓଡିଶା ଗୋଟିଏ ବି ଗୋଲ ପରିଶୋଧ କରି ପାରିନଥିଲା । ପ୍ରଥମାର୍ଦ୍ଧ ଖେଳ ସମ୍ପୂର୍ଣ୍ଣ ମଣିପାରୁ କବଜାରେ ରହିଥିଲା । ଦ୍ବିତୀୟାର୍ଦ୍ଧରେ ଓଡିଶାର ଖେଳାଳିମାନେ କମବ୍ୟାକ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଦ୍ବିତୀୟାର୍ଦ୍ଧରେ ଦୁଇଦଳ ଗୋଲ ପକ୍ଷରୁ ଗୋଲ ହୋଇନଥିଲା ।

ଫଳରେ ମ୍ୟାଚକୁ ୨-୦ରେ ଜିତି ନେଇଥିଲା ମଣିପୁର । ଫାଇନାଲରେ ପରାସ୍ତ ସହ ରୌପ୍ୟ ଜିତି ସନ୍ତୁଷ୍ଟ ଓଡିଶା ମହିଳା ଫୁଲଟଲ ଦଳ । ଫାଇନାଲ ମ୍ୟାଚ ଜିତି ସ୍ବର୍ଣ୍ଣ ଜିତିଛି ମଣିପୁର । ସେପଟେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ଆସାମକୁ ୫-୧ ଗୋଲରେ ହରାଇ କାଂସ୍ୟ ପଦକ ଜିତିଛି ତାମିଲନାଡୁ ।

ପ୍ରକାଶ ଥାଉ କି, କ୍ବାର୍ଟରରେ ଗୁଜୁରାଟକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲା ଓଡିଶା । ୧୧-୦ ଗୋଲରେ ଗୁଜରାଟକୁ ହରାଇଥିଲା । ପ୍ରଥମାର୍ଦ୍ଧରେ ୭ଟି ଓ ଦ୍ବିତୀୟର୍ଦ୍ଧରେ ୪ଟି ଗୋଲ କରିଥିଲା ଓଡିଶା । ସେମିଫାଇନାଲରେ ପେନାଲ୍ଟି ସୁଟଆଉଟରେ ଓଡିଶା ୩-୦ ଗୋଲରେ ତାମିଲନାଡୁକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ୩୯ ତମ ଜାତୀୟ କ୍ରୀଡାରେ ଓଡିଶାର ମୋଟ ପଦକ ସଂଖ୍ୟା ୨୩ରେ ପହଞ୍ଚିଛି । ସେଥିରୁ ୪ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ରହିଛି ।