ଆଇପିଏସ୍ ଅଧିକାରୀ ଅରବିନ୍ଦ ଦିଗବିଜୟ ନେଗି ଗିରଫ, ଆତଙ୍କବାଦୀ ସଂଗଠନକୁ ଗୁପ୍ତ ତଥ୍ୟ ଦେଉଥିବା ସନ୍ଦେହ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଜଣେ ଏସ୍‌ପି ରାଙ୍କର ଅଧିକାରୀଙ୍କୁ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’କୁ ଭାରତର ଗୋପନୀୟ ତଥ୍ୟ ଦେବା ସଂଦେହରେ ଗିରଫ କରିଛି। ହିମାଚଳ ପ୍ରଦେଶ କ୍ୟାଡର ଆଇପିଏଏସ୍ ଅଧିକାରୀ ଅରବିନ୍ଦ ଦିଗବିଜୟ ନେଗୀ ଏହା ପୂର୍ବରୁ ଏନ୍‌ଆଇଏରେ ଏସ୍‌ପି ପଦରେ ମୁତୟନ ଥିଲେ। ଏହି ମାମଲାରେ ଯାଞ୍ଚ ଆରମ୍ଭ ହେବା ପରେ ତାଙ୍କୁ ପୁଣି ଥରେ ତାଙ୍କ ସ୍ଥାନକୁ ଫେରାଇ ଦିଆଯାଇଛି।

ଏନ୍‌ଆଇଏର ଜଣେ ବିରଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସିଂ ଆତଙ୍କାବାଦୀ ସଂଗଠନ ଲଶ୍କର-ଏ-ତଇବାକୁ ସମର୍ଥନ କରୁଥିବା ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧରେ ୨୦୨୧ ନଭେମ୍ବର ୬ରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଥିଲା ଯେ, ଅଭିଯୁକ୍ତ ନକ୍ସଲ ସଂଗଠନକୁ ଭାରତର ଗୋପନ ତଥ୍ୟ ଦେଉଥିଲେ। ଫଳରେ ଆତଙ୍କବାଦୀମାନେ ନିଜର ଅପରେଶନରେ ସଫଳ ହେଉଥିଲେ।