ନୂଆଦିଲ୍ଲୀ,ଏଜେନ୍ସି: ଗତରାତି (ଶୁକ୍ରବାର) ପ୍ରାୟ ୨ଟା ୩୦ ସମୟରେ ‘ନାସା’ର ରୋଭର୍ ‘ପର୍ସୁଭିୟରନସ୍’ ମଙ୍ଗଳ ଗ୍ରହରେ ଅବତରଣ କରିଛି। ମଙ୍ଗଳ ଗ୍ରହରେ ଜୀବସତ୍ତା ଥିଲା କି, ନାହିଁ, ଜାଣିବା ନିମନ୍ତେ ସେଠାରୁ ଏହି ରୋଭର୍ ଶିଳା ନମୁନା ସଂଗ୍ରହ କରି ଫେରିବ।
ଅବତରଣକାଳୀନ ପ୍ରଥମ ଫଟୋ ପ୍ରେରଣ କରିଛି ‘ପର୍ସୁଭିୟରନସ୍’ ରୋଭର୍। ଉତକ୍ଷେପିତ ହେବାର ପ୍ରାୟ ୭ ମାସ ପରେ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ‘ପର୍ସୁଭିୟରନ୍ସ୍’ ରୋଭର୍ ହେଉଛି ‘ନାସା’ର ପଞ୍ଚମ ରୋଭର୍। ଜୁଲାଇ ୩୦ ତାରିଖ ଦିନ ଏହାକୁ ଫ୍ଲୋରିଡାର କେପ୍ କାନାଭେରାଲ୍ରୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ୪୭୦ ନିୟୁତ କିଲୋମିଟର୍ ଅତିକ୍ରମ କରିବା ପରେ ଏହା ଆଜି ମଙ୍ଗଳପୃଷ୍ଠରେ ଓହ୍ଲାଇଛି। ପୂର୍ବରୁ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ଅନ୍ୟ ରୋଭରଗୁଡ଼ିକ ହେଲା ଯମଜ ରୋଭର୍ ‘ସୋଜନର୍’, ‘ସ୍ପିରିଟ୍’, ‘ଅପର୍ଚ୍ୟୁନିଟି’ ଏବଂ ‘କ୍ୟୁରିଓସିଟି’।
