ନସୀରୁଦ୍ଦିନ ଶାହ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ସୁପ୍ରସିଦ୍ଧ ବଲିଉଡ ଅଭିନେତା ନସୀରୁଦ୍ଦିନ ଶାହ ମୁମ୍ବାଇର ଖାରସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ତାଙ୍କ ପତ୍ନୀ ରତ୍ନା ପାଠକ ଶାହ ସୂଚନା ପ୍ରଦାନ କରିଛନ୍ତି। ନସୀରୁଦ୍ଦିନଙ୍କ ଫୁସଫୁସରେ ନିମୋନିଆର ଛୋଟ ପ୍ୟାଚ ରହିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନିକଟରେ ୭୦ ବର୍ଷୀୟ ନସୀରୁଦ୍ଦିନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଖବର ସାମ୍ନାକୁ ଆସିଥିଲା। ପରେ ତାଙ୍କ ପୁଅ ଏହି ଖବରକୁ ଖଣ୍ଡନ କରିଥିଲେ। କିନ୍ତୁ ଏଥର ବାସ୍ତବରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ।