ନନ୍ଦନକାନରେ ହାତୀ ମୃତ୍ୟୁକୁ ନେଇ ତନାଘନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲି, ଚନ୍ଦନ ଓ କମଳା ପରେ ଆଖି ବୁଜିଲା ୭ ବର୍ଷର ଛୁଆ ହାତୀ ‘ଗୌରୀ’। ହରପିସ୍‌ ଭୂତାଣୁ କବଳରୁ ଗୌରୀକୁ ମୁକୁଳାଇ ପାରିଲେନି ନନ୍ଦନକାନନ କର୍ତ୍ତୃପକ୍ଷ। ଏହି ଭାଇରସ ଏପରି ଘାତକ ରୂପ ନେଲାଣି ଯେ, ମାସକ ମଧ୍ୟରେ ନନ୍ଦନକାନନରେ ୪ ହାତୀ ଆଖି ବୁଜିଲେଣି। ଗୌରୀ ସ୍ୱାସ୍ଥ୍ୟବସ୍ଥାରେ କ୍ରମଶଃ ସୁଧାର ଆସୁଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହୁଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି ଏହି ଛୁଆ ହାତୀ।

ଏ ସମ୍ପର୍କରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ପଚାରିବାରେ କହିଛନ୍ତି ଯେ ହରପିସ ଭୂତାଣୁ ଯୋଗୁଁ ହାତୀମାନଙ୍କ ମୃତ୍ୟୁ ହେଉଛି। ତେବେ ଏହି ରୋଗ ପ୍ରାୟ ୧ରୁ ୧୫ ବର୍ଷର ଛୁଆ ହାତୀଙ୍କୁ ହୋଇଥାଏ। ପ୍ରତ୍ୟେକ ଦିନ ହାତୀଙ୍କ ସୁରକ୍ଷା ପାଇଁ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଉଛି। ସେହିପରି ଆସାମର ଗୋହାଟି ଠାରେ ଥିବା ନେସନାଲ ପ୍ରୋଜେକ୍ଟ ଅନ୍ ଇଏଚପିକୁ ମଧ୍ୟ ରକ୍ତ ନମୁନା ପାଠାଯାଇଥିବା କହିଥିଲେ। ସେହିପରି ହାତୀ ଆସାମର ଡ. ଜି ମହତ୍ୱ ଓ କେରଳର ଡ. ଅରୁଣ କାଜାରିଆଙ୍କ ଯୋଗାଯୋଗ କରଯାଇ ଆଣ୍ଟିଭାଇରାଲ ଦିଆଯାଇଛି। ଏ ନେଇ ନନ୍ଦନକାନରର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିବାବେଳେ ଏହାର ଚିକିତ୍ସାର ପଦ୍ଧତି ବାହାରି ନାହିଁ ବୋଲି କହିଛନ୍ତି।