କଟକ ପରେ ଭୁବନେଶ୍ୱରରେ ନକଲି ଘିଅ କାରଖାନା ଠାବ

ଭୁବନେଶ୍ୱର, ଏନ୍ଏନ୍ଏସ୍: କଟକ ପରେ ଏବେ ଭୁବନେଶ୍ୱରରୁ ଏକ ନକଲି ଘିଅ କାରଖାନା ଠାବ କରାଯାଇଛି। ସ୍ଥାନୀୟ ପୁଲିସ ଏବଂ କମିଶନରେଟ୍ ପୁଲିସର ମିଳିତ ଉଦ୍ୟମରେ ଏହି ନକଲି କାରଖାନା ଉପରେ ଚଢ଼ଉ ହୋଇଥିଲା। ଏୟାରଫିଲ୍ଡ ଥାନା ଅଧୀନ ତ୍ରିଲୋଚନବିହାରରେ ନକଲି ଘିଅ କାରଖାନା ଚାଲିଥିଲା। ଜବତ ଘିଅ କାରଖାନା ଠାବ ପରେ ଖାଦ୍ୟ ଓ ସୁରକ୍ଷା ବିଭାଗ ଏହାକୁ ଯାଞ୍ଚ କରିଛି। ଏଠାରୁ ମିଳିଥିବା ତେଲ, ଦୁର୍ଗା ଘିଅ ପ୍ୟାକେଟ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଯାଞ୍ଚ କରାଯାଇଛି। ଏହା ସମ୍ପୂର୍ଣ୍ଣ ନକଲି ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।