ନବୀନ-ଜଗନ ଆଲୋଚନା ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗମୋହନ ରେଡ୍ଡୀଙ୍କ ମଧ୍ୟରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଉକ୍ତ ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ସଚିବ ଓ ରାଜସ୍ୱ ସଚିବଙ୍କ ସହ ବରିଷ୍ଠ ଅଧିକାରୀ  ମଧ୍ୟ ସାମିଲ ହୋଇଛନ୍ତି।