ରାନୁ ମଣ୍ଡଳଙ୍କୁ ବାଙ୍ଗଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ମିଳିଲା ଅଫର

ନୂଆଦିଲ୍ଲୀ: ୨୦୧୯ରେ ଇଣ୍ଟରନେଟ ଜଣେ ମହିଳାଙ୍କୁ ତାରକା ସଜାଇ ଦେଇଥିଲା। ଲତା ମଙ୍ଗେସକରଙ୍କ ଗୀତ ଗାଇଥିବା ଏହି ମହିଳାଙ୍କ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଗୀତ ଭାଇରାଲ ହେବା ପରେ ସେ ରାତାରାତି ବଲିଉଡରେ ପହଂଚି ଯାଇଥିଲେ। ଆଜ୍ଞା ହଁ, ଏହି ମହିଳା ଜଣକ ହେଉଛନ୍ତି ରାମଘାଟ ବେଗୋପାରାରେ ରହୁଥିବା ରାନୁ ମଣ୍ଡଳ। ଖାସ୍ କଥାଟି ହେଲା, ରାନୁ ମଣ୍ଡଳ ବଲିଉଡ ପରେ ବାଙ୍ଗଲାଦେଶ ଇଣ୍ଡଷ୍ଟ୍ରୀରେ ପାଦ ଥାପିବାକୁ ଯାଉଛନ୍ତି।

ରାନୁ ମଣ୍ଡଳ ବାଙ୍ଗଲାଦେଶ ଫିଲ୍ମ ପାଇଁ ୨ଟି ଗୀତ ଗାଉଛନ୍ତି। ଉକ୍ତ ଫିଲ୍ମଟିକୁ ବାଙ୍ଗଲାଦେଶୀ ହିରୋ ତଥା ସୋସିଆଲ ମିଡିଆ ଷ୍ଟାର ଅଶରଫୁଲ ଅଲୋମ ସହିଦ ପ୍ରସ୍ତୁତ କରୁଛନ୍ତି। ନିକଟରେ ରାନୁଙ୍କ ସହ ଆଲୋଚନା ହୋଇଥିବା ଏକ କ୍ଲିପ ଫେସବୁକରେ ଅଲୋମ ସେୟାର କରିଥିଲେ। ଏଥିରେ ରାନୁ ମଣ୍ଡଳ ତାଙ୍କ ସହ କାମ କରୁଥିବା ନେଇ ଅଲୋମ ସୂଚନା ଦେଇଥିଲେ।