Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ପାନୀୟ ଜଳ ଓ ଏଲଇଡି ବଲବ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ପାନୀୟ ଜଳ ଓ ଏଲଇଡି ବଲବ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୧୪ଟି ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ପାଇପ ଲାଇନ୍ ସଂଯୋଗ କରାଯିବ। ଏହାସହ ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ଲାଇଟ୍ ରେ ରାସ୍ତା ଆଲୋକୀକରଣ କାର୍ଯ୍ୟ ମଧ୍ୟ କରାଯିବ। ଏହି କାର୍ଯ୍ୟ ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହେବାକୁ ଥିବା ବେଳେ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଗୁରୁବାର ଲୋକସେବା ଭବନଠାରେ ଆୟୋଜିତ ବାଲେଶ୍ୱର ଜିଲ୍ଲାର ୪ଟି ପୌରାଞ୍ଚଳର ସମୀକ୍ଷା ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ବିଦ୍ୟୁତ ଖୁଣ୍ଟ ନଥିଲେ ନୂତନ ଖୁଣ୍ଟ ବସାଯାଇ ଏହି ଆଲୋକୀକରଣ ବ୍ୟବସ୍ଥା କରାଯିବ ଏବଂ ୨୦୧୯ ଡିସେମ୍ବର ୩୧ ତାରିଖ ସୁଦ୍ଧା ଉପରୋକ୍ତ କାର୍ଯ୍ୟ ସମାପ୍ତ କରିବାକୁ ଉଦ୍ୟମ ଜାରି ରହିଛି।

ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ସୋର ଓ ଜଳେଶ୍ୱର ପୌରପରିଷଦ ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳଯୋଗାଣ, ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଣ୍ଟର), ସ୍ମାର୍ଟ ପାର୍କ, ଶ୍ମଶାନ ଆଦି ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା। ସମୀକ୍ଷାରୁ ଜଣାଯାଇଛି ଯେ ନୀଳଗିରିର ସୋନ ନଦୀରୁ ନୀଳଗିରି ବ୍ଳକ୍ ଓ ଏନ୍ଏସିକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଏକ ବୃହତ୍ ପ୍ରକଳ୍ପ କରାଯାଇଛି। ଏହାସହ ଉତ୍ସ ଓ ଷ୍ଟୋରେଜ୍ ଉନ୍ନତିକରଣ ପାଇଁ ଏଷ୍ଟିମେଟ୍ ପ୍ରଦାନ ଓ ନୀଳଗିରିର ଜଗନ୍ନାଥ ମନ୍ଦିରକୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ପାନୀୟ ଜଳର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବାଲେଶ୍ୱର ପୌରାଞ୍ଚଳରେ ୨୬୦ କିମି ପାଇପ ଲାଇନ୍ ବିଛାଯିବାକୁ ଲକ୍ଷ୍ୟ ଥିବାବେଳେ ୧୮୩ କିମିର କାର୍ଯ୍ୟ ସରିଛି। ପୁରୁଣା ପାଇପ ସବୁ ବଦଳାଯାଇଛି। ୪ଟି ଜଳଭଣ୍ଡାରର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଓ ୨ଟି ଜଳଭଣ୍ଡାର ଫେବୃଆରୀ ୨୦୨୦ ସୁଦ୍ଧା ଶେଷ ହେବ ବୋଲି ବୈଠକରୁ ଜଣାପଡ଼ିଛି। ସୋର ପୌରପରିଷଦରେ ପାଇପ ଲାଇନ୍ ବିଛାଯାଇଛି ଓ ଏଠାରେ ୧୪ଟି ଉତ୍ସ ରହିଥିବାବେଳେ ୨ଟି ଉତ୍ସକୁ ଖୁବ୍ ଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ।

ଜଳେଶ୍ୱର ପୌରପରିଷଦର ସୁବର୍ଣ୍ଣରେଖା ନଦୀରୁ ପାନୀୟ ଜଳ ପ୍ରକଳ୍ପ କରିବା ପାଇଁ ବ୍ୟବସ୍ଥା କରାଯିବ। ସୋର ଟାଉନ ହଲ୍ର ନବୀକରଣ, ବାଲେଶ୍ୱର ଗାନ୍ଧୀସ୍ମୃତି ଭବନକୁ ଅତ୍ୟାଧୁନିକ ଏବଂ ବ୍ରିଟ୍ କଲ୍ୟାଣ ମଣ୍ଡପର ଉନ୍ନତିକରଣ କରିବାକୁ ମନ୍ତ୍ରୀ କହିଥିଲେ। ୪ଟି ପୌରାଞ୍ଚଳକୁ ସ୍ମାର୍ଟ ପାର୍କ ଓ ଶ୍ମଶାନ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ମାର୍ଟ ପାର୍କ ପାଇଁ ୪ଟି ପୌରାଞ୍ଚଳକୁ ୧ କୋଟି ଟଙ୍କା ଯୋଗାଇ ଦିଆଯିବ।