ନୂଆଦିଲ୍ଲୀ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଏହାର ସଂଳାପ ଲେଖକ ମନୋଜ ମୁନ୍ତସିରଙ୍କୁ ମୁମ୍ବାଇ ପୁଲିସ ସୁରକ୍ଷା ପ୍ରଦାନ କରିଛି । ମନୋଜ ମୁନ୍ତସିର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ । ସୋସିଆଲ ମିଡିଆରେ କିଛି ଲୋକ ତାଙ୍କୁ ମାରିବାକୁ ଧମକାଉଥିବା ନେଇ ମେନାଜ ମୁନ୍ତସିର ଅଭିଯୋଗରେ ଲେଖିଛନ୍ତି । ଇମେଲ ଜରିଆରେ ମଧ୍ୟ ତାଙ୍କୁ ଏକ ଧମକ ମିଳିଛି । ଏନେଇ ମନୋଜ ମୁନ୍ତସିର ମୁମ୍ବାଇ ପୁଲିସକୁ ଅବଗତ କରାଇଥିଲେ । ଲିଖିତ ଅଭିଯୋଗ ଏବଂ ତାଙ୍କ ବୟାନକୁ ଆଧାର କରି ମୁମ୍ବାଇ ପୁଲିସ ବର୍ତ୍ତମାନ ପାଇଁ ଜଣେ କନଷ୍ଟେବଳଙ୍କୁ ସୁରକ୍ଷାରେ ଲଗାଇଛି ।