Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁଲ୍ଲା ହସନ ଅଖୁନ୍ଦ ହେଲେ ଆଫଗାନର ସର୍ବୋଚ୍ଚ ନେତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁଲ୍ଲା ହସନ ଅଖୁନ୍ଦ ହେଲେ ଆଫଗାନର ସର୍ବୋଚ୍ଚ ନେତା

କାବୁଲ,ଏଜେନ୍ସି: ତାଲିବାନ ଦ୍ଵାରା ଆଫଗାନିସ୍ତାନରେ ନୂତନ ସରକାର ଘୋଷଣା ସହିତ ମୁଲ୍ଲା ହସନ ଅଖୁନ୍ଦଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଘୋଷଣା କରାଯାଇଛି। ମୁଲ୍ଲା ହସନ ଅଖୁନ୍ଦ ବର୍ତ୍ତମାନ ରହବାରୀ ଶୁରା(ଲିଟରଶିପ କାଉନସିଲ)ର ପ୍ରମୁଖ। ତାଲିବାନ ସହ ସଂପୃକ୍ତ ରହବାରୀ ଶୁରା ଆଫଗାନିସ୍ତାନର ଶକ୍ତିଶାଳୀ ନିର୍ଣ୍ଣୟକାରୀ ସଂସ୍ଥା। ମୁଲ୍ଲା ହସନ ଅଖୁନ୍ଦଙ୍କ ଜନ୍ମ କାନ୍ଧାରରେ  ହୋଇଛି। ଏଠାରୁ ହିଁ ତାଲିବାନ ଯୁଗ ଆରମ୍ଭ ହୋଇଥିଲା। ଅଖୁନ୍ଦ ଆଫଗାନିସ୍ତାନର ବାମିୟାମରେ ବୁଦ୍ଧଙ୍କ ମୂର୍ତ୍ତି ଭଙ୍ଗା ଷଡଯନ୍ତ୍ରରେ ସାମିଲ ଥିଲା। ଅଖୁନ୍ଦର ନାମ ମିଳିତ  ଜାତିସଂଘର ଆତଙ୍କୀ ତାଲିକାରେ ମଧ୍ୟ ସାମିଲ୍। ଉଲ୍ଲେଖଯୋଗ୍ୟ, ଅଖୁନ୍ଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନର ପୂର୍ବ ସରକାରରେ ବୈଦେଶିକ ମନ୍ତ୍ରୀ ଏବଂ ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଆଫଗାନିସ୍ତାନରେ ସଶସ୍ତ୍ର ଆନ୍ଦୋଳନର ମୂଳଦୁଆ ପକାଇଥିବା ନେତାଙ୍କ ମଧ୍ୟରେ ମୁଲ୍ଲା ହସନ ଅଖୁନ୍ଦଙ୍କ ନାମ ମଧ୍ୟ ସାମିଲ୍। ମିଡିଆ ରିପୋର୍ଟ ଅନୁସାରେ ଅଖୁନ୍ଦ ରହବାରୀ ଶୁରାର ପ୍ରମୁଖ ଭାବେ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି ଏବଂ ତାଲିବାନୀ ସଦସ୍ୟଙ୍କ ମଧ୍ୟରେ ତାଙ୍କର ଭଲ ସମ୍ବନ୍ଧ ରହିଛି। ତାଲିବାନ ନେତାଙ୍କ ମତରେ ସୈନ୍ୟ ପୃଷ୍ଠଭୂମୀ ପରିବର୍ତ୍ତେ ଅଖୁନ୍ଦଙ୍କ ଧାର୍ମିକ ପୃଷ୍ଠଭୂମି ପ୍ରତି ଅଧିକ ରୁଚି ରହିଛି। ସେ ନିଜର ଚରିତ୍ର ଏବଂ ଭକ୍ତି ପାଇଁ ପରିଚିତ। ମୁଲ୍ଲା ହସନ ୨୦ ବର୍ଷରୁ ଅଧିକ ସମୟ ଧରି ଶେଖ ହିବତୁଲ୍ଲା ଅଖୁନଜାଦାରଙ୍କ ଘନିଷ୍ଠ ଥିବା କୁହାଯାଏ। ଏବେ ଏହା ଦେଖିବା ବାକି ରହିଲା ଯେ, ମିଳିତ ଜାତିସଂଘ ଏବଂ ଦୁନିଆର ସମଗ୍ର ଦେଶ ଏହି ତାଲିବାନ ସରକାର ପ୍ରତି କ’ଣ ଆଭିମୁଖ୍ୟ ଆପଣାଉଛନ୍ତି।