ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ହେଉଛି। ଏହାସହିତ ଟିକାକରଣ ଗ୍ରୁତ ଗତିରେ ଚାଲିଛି। ତେବେ ଦେଶରେ ଏବେ ସୁଦ୍ଧା ଦୁଇ କୋଟିରୁ ଅଧିକ ୧୫ରୁ ୧୮ ବର୍ଷ ବର୍ଗର କିଶୋରମାନଙ୍କୁ କରୋନା ଟିକାର ଡବଳ ଡୋଜ ଦିଆଯାଇଛି।
ତେବେ ୧୫ରୁ ୧୮ ବର୍ଷ ବର୍ଗର କିଶୋରମାନେ ବହୁ ସଂଖ୍ୟାରେ ଟିକାକରଣ ଅଭିଯାନାରେ ସାମିଲ ହେଉଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡାବିୟା ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତରୁ ଅଧିକ କିଶୋର କରୋନା ଟିକା ନେଇଛନ୍ତି।
ସୂଚନା ଅନୁସାରେ, ୨୦୨୧-୨୨ରେ ଟିକା ନେଇଥିବା ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ସଂଖ୍ୟା ୭.୪ କୋଟି ରହିଛି। ଏହାସହିତ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ଟୀକାକରଣ ୨୦୨୨ ଜାନୁଆରୀ ୩ରୁ ସାରା ଦେଶରେ ଆରମ୍ଭ ହୋଇଥିଲା।