ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ, ୨୭୯ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ଗ୍ରାଫ ତଳୁକୁ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୮,୭୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୭୯ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୦୧,୮୭,୮୫୦ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୪୭,୬୨୨କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦିନକରେ ୨୧,୪୩୦ ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି। ଏଥିସହିତ ଦେଶରେ ବର୍ତ୍ତମାନ ୯୭,୬୧,୫୩୮ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଥିବା ବେଳେ ୨,୭୮,୬୯୦ ଜଣ ସକ୍ରିୟ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।