ମୋରବୀ ପୋଲ ଦୁର୍ଘଟଣା: ୯ ଗିରଫ

ଗୁଜରାଟ: ଗୁଜରାଟର ମୋରବୀ ଜିଲ୍ଲାରେ ହୋଇଥିବା ପୋଲ ଦୁର୍ଘଟଣାରେ ପୁଲିସ ୯ଜଣଙ୍କୁ ଗିରଫ କରିଛି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କ କରୋନା ଟେଷ୍ଟ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ପ୍ରବନ୍ଧକ, କଣ୍ଟ୍ରାକ୍ଟର, ୩ ସୁରକ୍ଷା ଗାର୍ଡ଼ ଓ ୨ ଟିକେଟ କ୍ଲର୍କ ସାମିଲ ରହିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଅଜଣାତରେ ହତ୍ୟା ମାମଲା ଦାୟର କରାଯାଇଥିବା ନେଇ ମୋରବୀ ପୁଲିସ ସୂଚନା ପ୍ରଦାନ କରିଛି ।

ରାଜକୋଟ ରେଞ୍ଜ ଆଇଜି ଅଶୋକ ଯାଦବ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଧାରା ୩୦୪ ଓ ୩୦୮ ଦାୟର କରାଯାଇଛି । ଅଭିଯୁକ୍ତଙ୍କୁ କଡ଼ା ସଜା ନିଶ୍ଚୟ ମିଳିବ ।