ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରହିଥିବାବେଳେ ମଙ୍କିପକ୍ସ ସମସ୍ତଙ୍କୁ ଡରାଇବାରେ ଲାଗିଛି । ଡବ୍ଲ୍ୟୁଏଚଓ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୨ଟି ଦେଶରେ ୯୨ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବା ଲାଗି ଡବ୍ଲ୍ୟୁଏଚଓ ନିର୍ଦ୍ଦେଶ ଦେଇଛିି । ଦୁନିଆର ଅନ୍ୟ ଦେଶରେ ମଧ୍ୟ ମଙ୍କିପକ୍ସ ଦ୍ରୁତ ଗତିରେ ସଂକ୍ରମିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ୱାର୍କ ହାର୍ଟ ହସ୍ପିଟାଲର ଡାକ୍ତର ବାହାରିମ ପାରଦୀବାଲା କହିଛନ୍ତି ଯେ, କୌଣସି ଆକ୍ରାନ୍ତଙ୍କ ଖୁବ୍ ନିକଟ ସମ୍ପର୍କରେ ଆସିଲେ ଏହି ରୋଗ ସଂକ୍ରମିତ ହୋଇଥାଏ । ମଙ୍କିପକ୍ସ ସାଧାରଣ ପକ୍ସ ପରି ଏକ ରୋଗ । ଯେଉଁଭଳି ପକ୍ସ ହେଲେ ଶରୀରରେ ଫୋଟକା ଭଳି ହୋଇଯାଏ, ଏବଂ ପରେ ଫୋଟକାରେ ପାଣି ଭରି ପୁଣି ଶୁଖି ଯାଇଥାଏ । ଏହାମଧ୍ୟ ଠିକ୍ ସେହିପରି ଆଉ ଭଲ ହେବା ପାଇଁ ଜଣଙ୍କୁ ୩ ସପ୍ତାହ ଲାଗିବ ।