ପ୍ରଧାନମନ୍ତ୍ରୀଙ୍କ ୭ ଦିନିକିଆ ଆମେରିକା ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ଶୁକ୍ରବାର ୭ ଦିନିଆ ୟୁଏସ୍ଏ ଗସ୍ତରେ ଯାଇଛନ୍ତି। ସେହିପରି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଯିବା ପୂର୍ବରୁ ସ୍ୱଳ୍ପ ସମୟ ନିମନ୍ତେ ଜର୍ମାନୀରେ ରହିବେ। 


ଏହି
 ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ଉଭୟ ଦେଶ ଏବଂ ଲୋକମାନଙ୍କର ଅଧିକ ଉପକାର ପାଇଁ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେହିପରି ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‍ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ଲୋବାଲ୍‌ ଗୋଲ୍‌କିପରର୍ସ ଗୋଲ୍‌ ଆଓ୍ଵାର୍ଡ ୨୦୧୯ ପ୍ରଦାନ କରାଯିବ। ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେବେ ଏବଂ ଏହି ଅବସରରେ ବିଶ୍ୱର ଅନ୍ୟାନ୍ୟ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।