ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲେ ବିରୋଧୀଙ୍କ ମୁଖା ଖୋଲିଯାଇଥାନ୍ତା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ କ୍ଷେତ୍ରୀୟ ପଞ୍ଚାୟତି ରାଜ ପରିଷଦକୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ବିରୋଧୀ ସଦନରୁ ପଳାୟନ କରିବା ସମଗ୍ର ଦେଶ ଦେଖିଛି । ଯଦି ଏମାନେ ସେଠାରେ ଉପସ୍ଥିତ ରହିଥାନ୍ତେ ଏମାନଙ୍କ ଗର୍ବୀ ମୁଖା ଖୋଲି ଯାଇଥାନ୍ତା । କିଏ କାହା ସହ ରହିଛି ତାହ ସ୍ପଷ୍ଟ ହୋଇଯାଇଥାନ୍ତା ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସତ ଏହା ଥିଲା କି ବିରୋଧୀ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ଡରିଯାଇଥିଲା। ଭୋଟିଂ ହେଉ ବୋଲି ସେମାନେ ଚାହୁଁ ନଥିଲେ ।