୭୫ ହଜାର ଲାଭାର୍ଥୀଙ୍କୁ ଆବାସ ଚାବି ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଖନଉରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ଉର୍ବାନ ଅନ୍ତର୍ଗତ ୭୫ ଜିଲ୍ଲାର ୭୫ହଜାର ଲାଭାର୍ଥୀଙ୍କୁ ଆବାସର ଚାବି ପ୍ରଦାନ କରିଛନ୍ତି। ଏହି ଅବସରରେ ଲାଭାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏକ ନୂଆ ଭାରତର ସ୍ୱପ୍ନ ଦେଖୁଛନ୍ତି। ଆଉ ଏହାକୁ ପୂରଣ କରିବା ପାଇଁ ନିରନ୍ତର କାମ କରୁଛନ୍ତି।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୧୭.୩ ଲକ୍ଷ ଆବାସକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮.୮ ଲକ୍ଷ ଲୋକଙ୍କୁ ଆବାସ ଦିଆଯାଇଛି।