ନୂଆଦିଲ୍ଲୀ: ସଂସଦରେ ଅଦାନୀ ମାମଲାକୁ ନେଇ ଜାରି ରହିଥିବା ହଙ୍ଗାମା ଆଜି ଥମିଥିବା ଦେଖିବାକୁ ମିଳିଛି । ବିରୋଧୀଙ୍କ ହଙ୍ଗାମା ଯୋଗୁ ସ୍ଥଗିତ ରହିଥିବା ସଂସଦର କାର୍ଯ୍ୟକାଳକୁ ସୂଚାରୁ ରୂପେ ତୁଲାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦୀୟ ଦଳ ବୈଠକ କରି ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ବିଜେପିର ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହା ଅମୃତ କାଳର ବଜେଟ । ଦେଶର ବିକାଶ ପାଇଁ ଏହା ଏକ ସନ୍ତୁଳିତ ବଜେଟ । ଆପଣମାନେ ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ । ଆପଣ ଯଦି ଜନତାଙ୍କ ସହ ଭଲ ଭାବେ ଯୋଡ଼ି ହେବେ ତେବେ ସରକାର ବିରୋଧୀ ଜନମତ ସୃଷ୍ଟି ହେବ ନାହିଁ । ମୁଁ ଆଶା କରୁଛି ଆଜିଠୁ ସଦନ ଚାଲିବ ।