ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ପଦ୍ମ ଧରିଲେ ମିଥୁନ ଚକ୍ରବର୍ତ୍ତୀ

କୋଲକାତା,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାରରେ ଯୋଗ ଦେବେ। ଏହାପୂର୍ବରୁ ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିଜେପି ମଞ୍ଚରେ ଦେଖିବାକୁ ମିଳିଛି। ମିଥୁନ ଦାଦା ବିଜେପିରେ ସାମିଲ ହୋଇଛନ୍ତି। ଏହି ରାଲି କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ହେଉଛି।

ସୂଚନା ଅନୁସାରେ ଗତକାଲି ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ବଲିଉଡ ଅଭିନେତା ମିଥୁନଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ଏହାପରେ ମିଥୁନ ବିଜେପିର ଏହି ରାଲିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମିଥୁନ ମଞ୍ଚକୁ ଆସିବା ପରେ ବିଜେପି କର୍ମକର୍ତ୍ତା ମାନେ ତାଙ୍କୁ ବିଜେପି ଉପଢ଼ୌକନ ପିନ୍ଧାଇବା ସହିତ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହା ପରେ ତାଙ୍କୁ କୈଳାସ ବିଜୟବର୍ଗୀୟଙ୍କ ପାଖରେ ବସାଯାଇଛି।

ଅପରାହ୍ଣ ୨ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ରାଲିରେ ପହଞ୍ଚି ଏହାକୁ ଆରମ୍ଭ କରିବେ।