ମହିମା ମିଶ୍ରଙ୍କ ଘରେ ଓ ଅଫିସରେ ସିବିଆଇ ରେଡ

କଟକ,ଏନ୍‌ଏନ୍‌ଏସ୍‌: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଓ ଅଫିସରେ ସିବିଆଇ ରେଡ୍ ଜାରି ରହିଛି । କଟକ ଓଡ଼ିଆ ବଜାରସ୍ଥିତ ମହିମା ମିଶ୍ରଙ୍କ ଘର, କଟକ ଲିଙ୍କ୍ ରୋଡସ୍ଥିତ ଓଏସଏଲ ଅଫିସ ଓ ପାରଦ୍ୱୀପ ବଡ଼ପଡ଼ିଆସ୍ଥିତ ଓଏସଏଲ ଅଫିସରେ ମଧ୍ୟ ରେଡ୍ ଚାଲିଛି । ପାରାଦ୍ୱୀପ ପୋର୍ଟର ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ସିବିଆଇ ଜେରା କରୁଛି । ଶ୍ରୀ ଦାସଙ୍କ ସମେତ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା କରାଯାଉଥିବା ସୂଚନା ମିଳିଛି ।