ବ୍ରହ୍ମାଣ୍ଡ ସୁନ୍ଦରୀରେ ଭାଗ ନେଇପାରିବେ ବିବାହିତା, ୨୦୨୩ରୁ ଲାଗୁ ହେବ ନୂଆ ନିୟମ

ମୁମ୍ବାଇ,ଏଜେନ୍ସି: ବ୍ରହ୍ମାଣ୍ଡ ସୁନ୍ଦରୀ(Miss Universe) ହେବାରୁ ସ୍ବପ୍ନ ଦେଖୁଛନ୍ତି କି । ବିବାହ ପରେ ବି ମିଳିବ ସୁଯୋଗ । ମହିଳାଙ୍କ ପାଇଁ ଆଉ ବାଧା ସାଜିବନି ବିବାହ ଓ ସନ୍ତାନ । ଆପଣ ବିବାହିତ ହୋଇଥିଲେ ବି ନିଶ୍ଚିନ୍ତ ରୂପେ ମିସ୍ ୟୁନିଭର୍ସରେ ଅଂଶ ଗ୍ରହଣ କରିପାରିବେ । କାରଣ ୭୦ ବର୍ଷ ଧରି ରହିଥିବା ଏହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଏବେ ବିବାହିତ ମହିଳାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମିସ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜନ କରୁଥିବା ସଂସ୍ଥା ଏହି ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସରେ ମା’ ଓ ବିବାହିତ ମହିଳାଙ୍କୁ ଭାଗ ନେବାକୁ ସୁଯୋଗ ମିଳିବ । ବର୍ତ୍ତମାନ ଏହି ପ୍ରତିଯୋଗିତାରେ କେବଳ ୧୮ରୁ ୨୮ ବର୍ଷ ଅବିବାହିତ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ମହିଳାଙ୍କ ଅଧିକାରକୁ ଦୃଷ୍ଟିରେ ରଖି ପୂର୍ବ ସର୍ତ୍ତରେ ପରିବର୍ତ୍ତନ ଅଣାଯାଇଛି । ବର୍ତ୍ତମାନ ବିବାହିତ ହୋଇଥିଲେ କିମ୍ବା ମାଆ ହୋଇଥିଲେ ବି ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି ।

ଏହି ନିଷ୍ପତ୍ତିକୁ କେହି କେହି ବିରୋଧ କରୁଥିବା ଦେଖିବାକୁ ମିଳିଛି । ୨୦୨୧ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ ପଞ୍ଜାବର ହରନାଜ ସନ୍ଧୁ । ଏଲଏଟରେ ଅନୁଷ୍ଠିତ ୭୦ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନ୍ଦ୍ବନ୍ଦିତା କରିଥିଲେ ହରନାଜ । ୨୧ ବର୍ଷ ପରେ ଭାରତକୁ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ ଭେଟି ଦେଇଥିଲେ ହରନାଜ ସନ୍ଧୁ । ଏହାପୂର୍ବରୁ ୧୯୯୪ରେ ସୁସ୍ମିତା ସେନ ଓ ୨୦୦୦ରେ ଲାରା ଦତ୍ତ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ ।