ମେଗାଷ୍ଟାର ଚିରଞ୍ଜୀବୀଙ୍କ କରୋନା ରିପୋର୍ଟ ନେଗେଟିଭ

ମୁମ୍ବାଇ: ସୁପ୍ରସିଦ୍ଧ ତେଲୁଗୁ ଫିଲ୍ମ ଅଭିନେତା ଚିରଞ୍ଜୀବୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଗତ ସପ୍ତାହରେ କରୋନା ହେବା ନେଇ ଚିରଞ୍ଜୀବୀ ସୂଚନା ଦେଇଥିଲେ। ୩ଟି ଭିନ୍ନ ଭିନ୍ନ ସମୂହ ତାଙ୍କ କରୋନା ଟେଷ୍ଟ କରିଛନ୍ତି ଯାହାର ରିପୋର୍ଟ ନେଗେଟିଭ ଆସିଛି। ଏଥିସହିତ ପୂର୍ବ ରିପୋର୍ଟ ଭୁଲ୍ ଥିବା ନେଇ ଚିରଞ୍ଜୀବୀ ଟ୍ୱିଟ୍ ଜରିଆରେ କହିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୯ ତାରିଖରେ ମେଗାଷ୍ଟାର ଚିରଞ୍ଜୀବୀ ଟ୍ୱିଟ୍ କରି ତାଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ଆଇସୋଲେଟ କରି ନେଇଥିଲେ।