ଅନଲାଇନ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଇବା ପାଇଁ ଚୁକ୍ତି ହୋଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ମଧ୍ୟରେ ଏମ୍ଓୟୁ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ୨୧୪ଟି ଆଦର୍ଶ ସ୍କୁଲ ଓ ୧୦୧ଟି ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ହେବ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଅନଲାଇନ ଶିକ୍ଷା ପାଇଁ ମାଗଣାରେ ଟିସିଏସ୍ ସହଯୋଗ ଯୋଗାଇବ।