ନୂଆଦିଲ୍ଲୀ: ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିଦିନ ଜ୍ୱର, କାଶ ଓ ଥଣ୍ଡା ଔଷଧ କେତେ ବିକ୍ରି ହେଉଛି ତା’ର ଏକ ରେକର୍ଡ ପ୍ରସ୍ତୁତ କରିବା ସହ ସରକାରଙ୍କୁ ଏହି ତଥ୍ୟ ପ୍ରଦାନ କରିବାକୁ ଔଷଧ ଦୋକାନକୁ ନିର୍ଦ୍ଦେଶ ଦିଆଯାଇଛିି। ଔଷଧ ଦୋକାନୀଙ୍କୁ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ଏହି ରେକର୍ଡ ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ। କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଜଣେ ସ୍ଥାନୀୟ ଔଷଧ ଦୋକାନୀ କହିଛନ୍ତି।