ଜାଣଛନ୍ତି କି, ‘ହାଓଡି ମୋଦୀ’ର ଅର୍ଥ କ’ଣ ?

ଟେକ୍ସସସ୍ଥିତ ହୋଷ୍ଟନରେ ଆୟୋଜିତ ଏହି ଐତିହାସିକ ଇଭେଣ୍ଟକୁ ‘ହାଓଡି ମୋଦୀ’ ନାମରେ ନାମିତ କରାଯାଇଛି। ତେବେ ପ୍ରତ୍ୟେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏହି ଇଭେଣ୍ଟର ନାଁ ହାଓଡି କାହିଁକି ହୋଇଛି।

ଇଂରାଜୀରେ ଗୋଟିଏ ଉକ୍ତି ଅଛି ‘ହାଓ ଡୁ ୟୁ ଡୁ?’ ଯାହାର ଓଡିଆ ଅର୍ଥ ହେଉଛି ‘ତୁମେ କେମିତି ଅଛ?’। ଏହାକୁ ଆଧାର କରି ଟେକ୍ସସ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟ ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡିକରେ ‘ହାଓଡି’କୁ ସାଧାରଣତଃ ‘ହାଓ ଡୁ ୟୁ ଡୁ?’ ବା ‘ତୁମେ କେମିତି ଅଛ?’ ବୋଲି ବନ୍ଧୁତ୍ୱପୂର୍ଣ୍ଣ ଅଭିବାଦନ ରୂପେ ଜଣାଯାଏ ।

ପ୍ରକାଶଯୋଗ୍ୟ, ରବିବାର ଆମେରିକାରେ ଆୟୋଜିତ ହାଓଡି ମୋଦୀରେ ୫୦ ହଜାର ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ।