Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏମ୍‌ସିଏଲ୍‌ର ବାର୍ଷିକ ସାମ୍ବାଦିକ ସମ୍ମିଳନୀ: କୋଇଲା ଉତ୍ପାଦନ ଓ ଉତ୍ତୋଳନରେ ଐତିହାସିକ ଅଭିବୃଦ୍ଧି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏମ୍‌ସିଏଲ୍‌ର ବାର୍ଷିକ ସାମ୍ବାଦିକ ସମ୍ମିଳନୀ: କୋଇଲା ଉତ୍ପାଦନ ଓ ଉତ୍ତୋଳନରେ ଐତିହାସିକ ଅଭିବୃଦ୍ଧି

ପୂର୍ବବର୍ଷ ତୁଳନାରେ କୋଇଲା ଉତ୍ପାଦନରେ ୧୪% ଅଭିବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାନଦୀ କୋଲଫିଲ୍ଡସ ଲିମିଟେଡ଼ (ଏମ୍‌ସିଏଲ୍‌) ପକ୍ଷରୁ ଆଜି ବାର୍ଷିକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଏମ୍‌ସିଏଲ୍‌ ଉତ୍ପାଦନ ଓ ଡେସ୍‌ପାଚ୍ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ଼ ହାସଲ କରି ୨୦୨୧-୨୨ ଆର୍ଥିକ ବର୍ଷ ସମାପ୍ତ କରିଥିବା ସୂଚନା ଦେଇଛି। ଏଥିସହିତ କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୪% ଅଭିବୃଦ୍ଧି କରି ୧୬୮ ମିଲିୟନ ଟନ୍ କୋଇଲା ଉତ୍ପାଦନ କରି ଐତିହାସିକ ରେକର୍ଡ଼ ସୃଷ୍ଟି କରିଛି।

ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏମ୍‌ସିଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ. ପି ସିଂହ କହିଥିଲେ ଯେ, ଗତ ଆର୍ଥିକ ବର୍ଷ କମ୍ପାନୀ ପାଇଁ ଏକ ସଫଳତାର ବର୍ଷ ହୋଇଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ କମ୍ପାନୀ ୧୦୩% ଅଭିବୃଦ୍ଧି ହୋଇଛି ଯାହାକି ୧୬୮.୧୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରି ଶୀର୍ଷ ସ୍ଥାନରେ ରହି ପାରିଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି। ଏତଦ୍‌ବ୍ୟତୀତ ପୂର୍ବ ବର୍ଷ ତୁଳନାରେ କୋଇଲା ଡେସ୍‌ପ୍ୟାଚ୍‌ର ୨୧% ବୃଦ୍ଧି କରି ୧୭୬.୧୭ ମିଲିୟନ ଟନ୍ କୋଇଲା ଉପଭୋକ୍ତାମାନଙ୍କୁ ଯୋଗାଇ ପାରିଛି।

ସେହିପରି, ଓବିଆରରେ ଏମ୍‌ସିଏଲ୍ ୧୮% ବୃଦ୍ଧି ଘଟାଇ ୨୦୭ ମିଲିଅନ କ୍ୟୁବିକ୍ ମିଟର ରେକର୍ଡ଼ କରିଛି ଯାହା କି, ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିପାରିଛି। ସିଏମ୍‌ଡି ଶ୍ରୀ ସିଂଙ୍କ ସହ କେ.ଆର୍‌. ବାସୁଦେବନ, ଫାଇନାନ୍ସ ନିର୍ଦ୍ଦେଶକ ଏବଂ କେଶବ ରାଓ, ନିର୍ଦ୍ଦେଶକ (କାର୍ମିକ) ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ଶ୍ରୀ ଏସ୍‌. କେ. ପାଲ ନିର୍ଦ୍ଦେଶକ (ବୈଷୟିକ/ଯୋଜନା ଓ ପରିଯୋଜନା) ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।

କୋଭିଡ-୧୯ ମହାମାରୀ ସତ୍ତ୍ୱେ ଗତ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈୟମାସିକରେ କୋଇଲାର ବୃଦ୍ଧି ଘଟିଥିବା ଚାହିଦାକୁ ପୂରଣ କରିବା ଦିଗରେ ଏମ୍‌ସିଏଲ୍ ସଫଳତା ହାସଲ କରିପାରିଛି। କମ୍ପାନୀର ଏହି ଉପଲବ୍ଧି ପାଇଁ ସହଯୋଗ କରିଥିବା ରାଜ୍ୟ ପ୍ରଶାସନ, ଲୋକ ପ୍ରତିନିଧି, ଶ୍ରମିକ ସଙ୍ଗଠନ ପ୍ରତିନିଧି, ଭାରତୀୟ ରେଳବାଇ, ପାରିପାଶ୍ୱିର୍କ ଗ୍ରାମବାସୀ ଏବଂ ସମସ୍ତ ହିତାଧିକାରୀମାନଙ୍କୁ ସିଏମ୍‌ଡି ଶ୍ରୀ ସିଂ କୃତଜ୍ଞତା ଜଣାଇଛନ୍ତି। କୋଇଲା ଚାହିଦାର ଭବିଷ୍ୟତ ବିଷୟରେ ଶ୍ରୀ ସିଂ କହିଛନ୍ତି ଯେ, ଆଗାମୀ ଦିନରେ କୋଇଲାର ଚାହିଦା ଅଧିକ ରହିବ ବୋଲି ଆକଳନ କରାଯାଉଛି।

ବର୍ଷାଋତୁ ଓ ଅନ୍ୟାନ୍ୟ ଆହ୍ୱାନକୁ ଦୃଷ୍ଟିରେ ରଖି କୋଇଲା ଉତ୍ପାଦନ ବୃଦ୍ଧି କରିବାରେ ତଥା ଆବଶ୍ୟକ ଚାହିଦା ପୂରଣ କରିବା ଦିଗରେ ଆମେ ଅଗ୍ରିମ ପ୍ରସ୍ତୁତି କରିସାରିଛୁ ବୋଲି ଶ୍ରୀ ସିଂ କହିଛନ୍ତି। ଏଥିସହ କମ୍ପାନୀ ଆର୍ଥିକ ବର୍ଷ ୨୦୨୨ ପାଇଁ ୩,୮୦୫ କୋଟି ଟଙ୍କାର ପୁଞ୍ଜିବ୍ୟୟ ମଧ୍ୟ କରିଛି, ଯାହା ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାକୁ ଏମ୍‌ସିଏଲ୍‌କୁ ସାହାଯ୍ୟ କରିବ। ୨୦୨୨-୨୩ ଆର୍ଥିକ ବର୍ଷ କମ୍ପାନୀ ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବ ବୋଲି ଏମ୍‌ସିଏଲ୍ ସିଏମ୍‌ଡି ସୂଚନା ଦେଇଛନ୍ତି।

ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ କେଇଲା ଉତ୍ତୋଳନ କରୁଥିବା ଏମ୍‌ସିଏଲ୍ ହେଉଛି ଦେଶର ସର୍ବ ବୃହତ୍ତ କୋଇଲା ଉତ୍ପାଦନକାରୀ କମ୍ପାନୀ।