ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,ଏନ୍ଏନ୍ଏସ୍: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳରୁ ଅତି ପ୍ରବଳ ଭିଡ୍ ଜମିଥାଏ ପୁରୀରେ। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି ।

ସୂଚନାନୁସାରେ, ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ,“ରଥଯାତ୍ରା ଆସୁଛି, ଭିଡ଼ ହେବ । ତେଣୁ ସାବଧାନ ରହିବା ଉଚିତ୍ । ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ, ଘରେ ବସି ଟିଭିରେ ହିଁ ରଥଯାତ୍ରା ଦେଖନ୍ତୁ । ଏହାସହ ରଥଯାତ୍ରା ଭିଡ଼ରେ ମାସ୍କ ପିନ୍ଧନ୍ତୁ ।

ରାଜ୍ୟରେ ଏବେ କିଛି ମାତ୍ରାରେ ସଂକ୍ରମଣ ବଢିଛି । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟଙ୍ଗି ବଢିବ । ପୁରୀ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ୍ କ୍ୟାମ୍ପ ଖୋଲିବ । ତେଣୁ ଲକ୍ଷଣ ଥିଲେ ହେଲଥ କ୍ୟାମ୍ପ ଯାଇ ଚିକିତ୍ସା କରାନ୍ତୁ ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୯ ପଜିଟିଭରୁ କେବଳ ଖୋର୍ଦ୍ଧାରୁ ୨୬ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ଟିଭ୍ କେସ୍‌ ମଧ୍ୟରୁ କେବଳ ଅଧା କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ କୋଭିଡ୍ ଆକ୍ଟିଭ୍ କେସ ୪୫୬ ଥିବା ବେଳେ କେବଳ ଖୋର୍ଦ୍ଧାରୁ ୨୨୩ଜଣ ଅଛନ୍ତି । ତେବେ ସଂକ୍ରମଣ ବଢ଼ୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।