ଓଡ଼ିଶାରେ ବଲିଉଡ ଅଭିନେତା: ଭୁବନେଶ୍ବର ସବୁଠୁ ମୋର ପ୍ରିୟ ସ୍ଥାନ କହିଲେ ତୁଷାର କପୁର

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡ଼ିଶାରେ ବଲିଉଡ ଅଭିନେତା ତୁଷାର କପୁର । ଅଭିନେତା ତୁଷାର ଓଡ଼ିଶା ଆସିଥିବା ବେଳେ ସେ କହିଛନ୍ତି ମୁଁ ଏଠାକୁ ଆସି ଓଡ଼ିଶାବାସୀଙ୍କ ସହ ମିଶି ବେଶ ଗର୍ବିତ । ଆଉ ସେମାନଙ୍କୁ କୃତଜ୍ଞତା ଜଣାଇବି ଯେ ମତେ ଏଠି ଏତେ ଭଲ ପାଇବା ମିଳିଛି । ଏହା ମୋର ପ୍ରଥମ ଭ୍ରମଣ ନୁହେଁ ପୂର୍ବରୁ ମୁଁ ପୁରୀ ଆସିଥିଲି । ସେହିପରି ଭୁବନେଶ୍ବରରୁ ନେଇ କହିଛନ୍ତି ପୂର୍ବ ଅପେକ୍ଷା ଭୁବନେଶ୍ବର ବତ୍ତର୍ମାନ ବଦଳିଯାଇଛି । ଅଧିକା ସ୍ମାର୍ଟ ହୋଇଯାଇଛି ।ଏଠାକାର ଲୋକ ବହୁତ ବଢିଆ । ଏହାର ପରିବେଶ ବହୁତ ଭଲ ସେଥିପାଇଁ ବହୁତ ଶାନ୍ତି ମିଳେ । ଭୁବନେଶ୍ବରରେ ଆୟୋଜିତ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଥିଲେ ତୁଷାର କପୁର । ତେବେ ଭୁବନେଶ୍ୱର ପଟିଆର ଏକ ହୋଟେଲରେ ବିଜିନେସ କ୍ଳବ ଅଫ ଇନଣ୍ଟପ୍ରିନର ବା ବିଇସି ରେଡ କ୍ରାପ୍ଟ ବିଜିନେସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତୁଷାର ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟାର୍ଟ ଅପ କମ୍ପାନୀର ପରିପାଟୀ ପିନ୍ଧି ଓଡ଼ିଶାର ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ଓ ମଡେଲ ରାପରେ ଚାଲିଥିଲେ । ଆଉ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇ ଆସିଥିବା ତୁଷାର ମଡେଲ ମାନଙ୍କ ସହ ରାପରେ ମଧ୍ୟ ଚାଲିଥିଲେ । ଯାହାକି କାର୍ଯ୍ୟକ୍ରମକୁ ବେଶ ଆକର୍ଷଣୀୟ କରିଥିଲା ।