ଅପହୃତ ପୁଲିସ ଏସଆଇ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ

ବିଜାପୁର,ଏନ୍ଏନ୍ଏସ୍: ଛତିଶଗଡ ବିଜାପୁରରୁ ଅପହୃତ ପୁଲିସ ଏସଆଇ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ। ହତ୍ୟା ନେଇ ପୋଷ୍ଟର ଜାରି କରି ସ୍ପଷ୍ଟ କଲେ ମାଓବାଦୀ। କୁସୁମପାର ନିକଟରୁ ଏସଆଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପିଏଲଜିଏ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀ ପ୍ରେସ ବିଜ୍ଞପ୍ତି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଛତିଶଗଡ଼ରୁ ଗତ ୨୧ ତାରିଖରେ ଏସଆଇ ମୁରଲୀ ତାତିଙ୍କୁ ଅପହରଣ କରିଥିଲେ ମାଓବାଦୀ। ମେଳା ଦେଖିବାକୁ ପଲନାର ଯାଇଥିବା ବେଳେ ଅପହରଣ କରିଥିଲେ। ଜଗଦଲପୁରରେ ରହୁଥିଲେ ଏସଆଇ ମୁରଲୀ ତାତି।