ପୁଲିସ ଏଏସଆଇଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି, ଏନ୍ଏନ୍ଏସ୍: ଛତିଶଗଡ଼ର ଜଣେ ପୁଲିସ ଏଏସଆଇଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଆଜି ଅପରାହ୍ଣରେ ବିଜାପୁରର ପାଲନାର ଗାଁରୁ ମାଓମାନେ ତାଙ୍କୁ ଅପହରଣ କରିନେଇଛନ୍ତି। ଅପହୃତ ପୁଲିସ ଏଏସଆଇ ମୂରଲୀ ତାତି ଜଗଦଲପୁରରେ କାର୍ଯ୍ୟକରନ୍ତି। ଛୁଟିରେ ନିଜ ଗାଁ ପାଲନାରଙ୍କୁ ଆସିଥିବା ବେଳେ ମାଓବାଦୀମାନେ ଅପହରଣ କରିନେଇଛନ୍ତି।