ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ସ୍ଥଳସେନା ମୁଖ୍ୟ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ମନୋଜ ପାଣ୍ଡେ ଏବେ ସେନାର ଉପମୁଖ୍ୟ ଅଛନ୍ତି । ଜେନେରାଲ ପାଣ୍ଡେ ପ୍ରଥମ ଇଞ୍ଜିନିୟର ଭାବେ ଭାରତୀୟ ସେନାର କମାଣ୍ଡ ସମ୍ଭାଳିବେ । ଜେନେରାଲ ଏମଏମ ନରବାଣେ ଚଳିତ ମାସ ସ୍ଥଳସେନା ମୁଖ୍ୟ ଭାବେ ଅବସର ଗ୍ରହଣ କରିବେ । ଜେନେରାଲ ନରବାଣେଙ୍କଠାରୁ ଜନେରାଲ ପାଣ୍ଡେ ଦାୟିତ୍ୱ ନେବେ ।
ସୂଚନାଯୋଗ୍ୟ, ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ପୂର୍ବରୁ ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଅଫିସର ଥିଲେ । ସେ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର ମଧ୍ୟ କମାଣ୍ଡର ଇନ୍ ଚିଫ୍ ଦାୟିତ୍ୱ ନିର୍ବାହ କରିଛନ୍ତି । ଜେନେରାଲ ପାଣ୍ଡେ ପରମ ବିଶିଷ୍ଟ ସେବା, ଅତି ବିଶିଷ୍ଟ ସେବା ଓ ବିଶିଷ୍ଟ ସେବା ପଦକ ହାସଲ କରିଛନ୍ତି ।