ହରିଆଣାରେ ବିଜେପି-ଜେଜେପି ମେଣ୍ଟ: ମନୋହର ମୁଖ୍ୟମନ୍ତ୍ରୀ, ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼ : ପବିତ୍ର ଦୀପାବଳି ଅବସରରେ ହରିୟଣାରେ ଗଠନ ହୋଇଛି ନୂଆ ସରକାର । ବରିଷ୍ଠ ବିଜେପି ନେତା ମନୋହର ଲାଲ ଖଟ୍ଟର ରବିବାର ଦ୍ୱିତୀୟଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଜେଜେପିର ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ​ସତ୍ୟେନ୍ଦ୍ର ନାରାୟଣ ଆର‌୍ୟ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।​ ଶପଥ ଗ୍ରହଣ ସମାରୋହରେ ବିଜେପି କାର୍ଯକାରୀ ସଭାପତି ଜେପି ନଡ୍ଡା ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବିଜେପି ୪୦ଟି ଆସନ ପାଇଥିବା ବେଳେ ସରକାର ଗଠନପାଇଁ ଏହାକୁ ଜେଜେପିର ୧୦ଟି ଓ ୭ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ଘୋଷଣା କରିଛନ୍ତି।