ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ କୋର୍ଟରୁ ଝଟକା ଲାଗିଛି । ସିବିଆଇ ତରଫରୁ ଦାୟର ହୋଇଥିବା ମାମଲାରେ ସିସୋଦିଆଙ୍କ ଜାମିନ ଆଦେବନ କୋର୍ଟ ଖାରଜ କରିଛନ୍ତି । ଏହି ରାୟ ବିରୋଧରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ।
ସ୍ୱତନ୍ତ୍ର ଜଜ୍ ଏମକେ ନାଗପାଳ ମାର୍ଚ୍ଚ ୨୪ରେ ଜାମିନ ଆବେଦନର ଫଇସଲାକୁ ସୁରକ୍ଷିତ ରଖିଥିଲେ । କୋର୍ଟ ଜାମିନ ଆବେଦନ ଖାରଜ କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଯଦି ମନିଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ସେ ଯାଞ୍ଚକୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିପାରନ୍ତି ।