ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଛି। ପୋଷ୍ଟମୋର୍ଟମ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଏହା ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ଏମ୍ସ ଚଜଙ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ କିଭଳି ଶ୍ୱାସରୁଦ୍ଧ ହୋଇଛି ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତ ଚିହ୍ନ ନାହିଁ।
ଅନ୍ୟପଟେ ମନୀଷଙ୍କୁ ନେଇ ଯାଇଥିବା କାରର ସନ୍ଧାନ ମିଳିଛି। ପାତ୍ରପଡ଼ା ସାଉଥ ସିଟି ହୋଟେଲକୁ ନିଆଯାଇଥିବା କାର ଠାବ କରାଯାଇଛି। ମନୀଷ ୨ଜଣଙ୍କ ସହ ଗୋଟିଏ କାରରେ ସାଉଥ ସିଟି ଯାଇଥିଲେ। ଉକ୍ତ ୨ଜଣଙ୍କ ମଧ୍ୟରୁ ପୁଲିସ ଜଣକୁ ଅଟକ ରଖିଥିବାବେଳେ ଅନ୍ୟ ଜଣଙ୍କୁ ଖୋଜୁଛି।