ମଣିପୁରରେ ଭୀଷଣ ଗୁଳିବର୍ଷା, ୩ ଯୁବକଙ୍କ କ୍ଷତବିକ୍ଷତ ଶବ ଜବତ

ମଣିପୁର: ମଣିପୁରରେ ଗତ ୩ ମାସ ହେବ ଜାରି ରହିଥିବା ହିଂସା ଥମିବାର ନାଁ ନେଉନାହିଁ । ଅଖଋଲ ଜିଲ୍ଲାର ଥୋବଈ ଗାଁରେ ମୌତେଇ ଏବଂ କୁକୀ ସମୁଦାୟ ମଧ୍ୟରେ ବିଳମ୍ବିତ ରାତିରେ ଖୁବ୍ ଗୁଳିବର୍ଷା ହୋଇଥିଲା । ସକାଳ ହେବାରୁ ୩ଜଣଙ୍କ କ୍ଷତବିକ୍ଷତ ଶବ ମିଳିଥିଲା । ଉକ୍ତ ଯୁବକଙ୍କ ବୟସ ୨୪ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।

ପୁଲିସ ଅଧିକାରୀଙ୍କ ମୁତାବକ, ଏହି ହିଂସା ଲିଟାନ ପୁଲିସ ଥାନା କ୍ଷେତ୍ର ଅନ୍ତର୍ଗତ ଆସୁଥିବା ଏକ ଗାଁରେ ହୋଇଥିଲା ଏବଂ ସକାଳୁ ସକାଳୁ ଗୁଳି ଶଦ୍ଦ ଶୁଣାଯାଇଥିଲା । ପରେ ପୁଲିସ ଆଖପାଖ ଗାଁରେ ତଲାସି ଜାରି ରହିଛି ।

ସୂଚନାଯୋଗ୍ୟ, ମଣିପୁର ହିଂସାକୁ ରୋକିବା ପାଇଁ ପୁଲିସ ଓ ସୁରକ୍ଷାବଳ ଲଗାତାର ଭାବେ ପ୍ରୟାସ ଜାରି ରଖିଛି । ଏହିକ୍ରମେ ସୁରକ୍ଷାବଳ ରାଜ୍ୟବ୍ୟାପୀ ତଲାସି ଅଭିଯାନ ମଧ୍ୟ ଚଲାଇଛି । ସୁରକ୍ଷାବଳର ତଲାସି ଅଭିଯାନ ମଧ୍ୟରେ ହିଂସା ପ୍ରଭାବିତ ମଣିପୁରର ଅନେକ ଜିଲ୍ଲାରୁ ୮ ଅସ୍ତ୍ରଶସ୍ତ୍ର, ୧୧୨ କାଟ୍ରିଜ୍ ଓ ୬ ବୋମା ଜବତ କରାଯାଇଛି ।